Workshop on human rights protection organized

ମାନବିକ ଅଧିକାର ସୁରକ୍ଷା ସମ୍ପର୍କିତ କର୍ମଶାଳା ଆୟୋଜିତ

All news items

ବ୍ରହ୍ମପୁର: ଓଡ଼ିଶା ନ୍ୟୁଜ୍ ନାଓ ବ୍ୟୁରୋ (୧୦ ନଭେମ୍ବର ୨୦୨୪ ): ବ୍ରହ୍ମପୁର ସ୍ଥିତ ଏସ.ବି.ଏଲ ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ଜାତୀୟ ମାନବାଧିକାର କମିଶନ ଏନ୍.ଏଚ୍.ଆର୍ ସି ଆନୁକୁଲ୍ୟରେ ଏକ କର୍ମଶାଳା ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନନୀୟା ମେୟର ସଂଘମିତ୍ରା ଦଳାଇ, ସମ୍ମାନିତ ଅତିଥି ଭାବେ ଟାଟା ଷ୍ଟିଲ ଲିମିଟେଡ ଲିଗାଲ କାଉନସିଲ ସଦସ୍ୟ ମିସ୍ ରାଜଶ୍ରୀ କାନୁନଗୋ, ରାଜ୍ୟ ଆଇନ ଜିବୀ ପରିଷଦ ସଦସ୍ୟ ଓଡ଼ିଶା ହାଇକୋର୍ଟ ର ମାନନୀୟ ବିଭୁ ପ୍ରସାଦ ତ୍ରିପାଠୀ, ଓଡ଼ିଶା ସରକାରଙ୍କ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ମାନନୀୟ ପ୍ରଭୁ ପ୍ରସନ୍ନ ବେହେରା, ମେଜର ଦେବାଶିଷ ସାହୁ, ମେଜର ତରୁଣ ଶର୍ମା, ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଦିନରେ ମାନବିକ ଅଧିକାର ସୁରକ୍ଷା ଏକ ମୁଖ୍ୟ ବିଷୟ ହୋଇଛି।

କିଭଳି ଲୋକଙ୍କ ମାନବିକ ଅଧିକାର ସୁରକ୍ଷିତ ରହିବ ସେଥି ନେଇ ଆଲୋଚନା ସହ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଶିକ୍ଷକ ଭାବେ ପୁନେର ଜି.ଆଇ.ପି.ଇ ର ପୂର୍ବତନ ପ୍ରଫେସର୍ ତଥା ଅର୍ଥନିତିଜ୍ଞ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ଜାତୀୟ ମାନବିକ ଅଧିକାର କମିଶନର ପୂର୍ବତନ କାନସଲଟାଣ୍ଟ ଡା. ତ୍ରିଲୋଚନ ଲେଙ୍କା ଉପସ୍ଥିତ ଥିଲେ।

ସ୍ଥାୟୀ ବିକାଶର ସଭାପତି ଏବଂ ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ପ୍ରଶିକ୍ଷକ ରବୀନ୍ଦ୍ର କୁମାର ମିଶ୍ର, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବ୍ରହ୍ମପୁର ମ୍ୟୁନିସିପାଲଟି ଡେପୁଟି ମେୟର ଇ. ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ପୋଲିସ, ଆର୍ମି, ଡାକ୍ତର, ଆଇନଜିବୀ, ନର୍ସ, ଛାତ୍ରଛାତ୍ରୀ, ସାମାଜିକ କର୍ମୀ, ମାନବିକ ଅଧିକାର କର୍ମୀ, ଏସ.ବି.ଏଲର ସମସ୍ତ ସକ୍ରିୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Post Author: 3odishanewsnow

Leave a Reply

Your email address will not be published. Required fields are marked *