ଭୁବନେଶ୍ବର: ପୁଣି ଆଜି ଗୃହରେ ଉଠିଛି ପୋଲାଭରମ୍ ପ୍ରକଳ୍ପ ପ୍ରସଙ୍ଗ। କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଦାବି କରିଥିଲେ। କିନ୍ତୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ। ଏହାପରେ ବାଚସ୍ପତିଙ୍କ ପୋଡିୟମ୍ ପାଖକୁ ଆସି ବିରୋଧୀ କଂଗ୍ରେସ ବିଧାୟକମାନେ ନାରାବାଜି ସହ ହଟ୍ଟଗୋଳ କରିଥିଲେ। ପ୍ରଶ୍ନକାଳ ଆରମ୍ଭରୁ ଏଭଳି ଘଟଣା ଦେଖିବାକୁ ମିଳିଛି ବିଧାନସଭାରେ।
