Blog
ପଞ୍ଚମ ଥର ବାପା ହେଲେ ୟୁଟ୍ୟୁବର ଅରମାନ ମଲ୍ଲିକ, ପ୍ରଥମ ପତ୍ନୀଙ୍କର ହେଲା ଆଉ ଏକ ଛୁଆ
Highlights
ଚର୍ଚ୍ଚାରେ ୟୁଟ୍ୟୁବର
ଚତୁର୍ଥ ସନ୍ତାନ ଜନ୍ମ ଦେଲେ ଅରମାନଙ୍କ ପ୍ରଥମ ପତ୍ନୀ ପାୟଲ୍
ପୁଣି ଚର୍ଚ୍ଚାରେ ଲୋକପ୍ରିୟ YouTuber ଅରମାନ ମଲ୍ଲିକ। ପୁଣି ଥରେ ବାପା ହୋଇଛନ୍ତି ଅରମାନ। ଏହାକୁ ମିଶାଇ ପଞ୍ଚମ ଥର ବାପା ହେଲେ ଅରମାନ। ତାଙ୍କ ପ୍ରଥମ ପତ୍ନୀ ପାୟଲ ମଲିକ ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି । ଅରମାନ ଏବଂ ପାୟଲ ଏହି ଖୁସି ଖବର ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି । ଫ୍ୟାନ୍ସ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ପାୟଲଙ୍କ ଗର୍ଭଧାରଣର ଖବର ପ୍ରକାଶ ପାଇବା ପରଠାରୁ, ଏହି ଦମ୍ପତି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ ।
ଅରମାନ ମଲିକ ଜଣେ YouTuber ଏବଂ ‘Bigg Boss OTT ସିଜନ୍ ୩’ ରେ ଜଣେ ପ୍ରତିଯୋଗୀ ଥିଲେ। ସେ ଶୋ’ରେ ଭଲ ପ୍ରଦର୍ଶନ କରିଥିଲେ । ଫଳରେ ତାଙ୍କର ଲୋକପ୍ରିୟତା ଖୁବ ବୃଦ୍ଧି ପାଇଥିଲା। ସେ ପାୟଲ ମଲିକ ଏବଂ କୃତିକା ମଲିକଙ୍କୁ ବିବାହ କରିଛନ୍ତି । ପାୟଲ ବର୍ତ୍ତମାନ ୪ଟି ସନ୍ତାନର ମାଆ ଏବଂ କୃତିକା ଗୋଟିଏ ସନ୍ତାନର ମାଆ। ଅରମାନ ମଲ୍ଲିକ ପଞ୍ଚମ ସନ୍ତାନର ପିତା ହୋଇଛନ୍ତି। ଏହାର ଫଟୋ ଅରମାନ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଅନ୍ୟ ଏକ ଭିଡିଓରେ, ଅରମାନଙ୍କ ଦ୍ବିତୀୟ ପତ୍ନୀ କୃତିକା ହସ୍ପିଟାଲ ଯାଇଥିବା ଦେଖିବାକୁ ମିଳିଛି । ସେ ପାୟଲଙ୍କୁ ସହାୟତା କରିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ପୂରା ପରିବାର ପଞ୍ଚମ ସନ୍ତାନକୁ ଉତ୍ସାହର ସହିତ ସ୍ବାଗତ କରିଛନ୍ତି ।
ଅରମାନ ପାୟଲଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ପାୟଲ ହସ୍ପିଟାଲ ବେଡରେ ଶୋଇଥିବା ବେଳେ ଅରମାନ ସେମାନଙ୍କ ଶିଶୁକୁ କୋଳରେ ଧରିଥିବା ଦେଖିବାକୁ ମିଳିଛି । ତଥାପି, ଶିଶୁର ମୁହଁ ଏବଂ ଲିଙ୍ଗ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଅରମାନ ଏବଂ ପାୟଲ । ଫଟୋ ସହିତ ଅରମାନ ଲେଖିଛନ୍ତି, ‘ମା ଏବଂ ଶିଶୁ, ସବୁ ଠିକ୍ ଅଛନ୍ତି ।’ ଏହା ପରେ ସେମାନଙ୍କ ପାଖକୁ ପ୍ରଶଂସକଙ୍କ ଅଭିନନ୍ଦନର ସୁଅ ଛୁଟିଛି। ଜଣେ ୟୁଜର ଲେଖିଛନ୍ତି, ‘ନବରାତ୍ରି ଚାଲିଛି ଏବଂ ଦେବୀ ମାତା ପ୍ରକଟ ହୋଇଛନ୍ତି।’ କେହି କେହି ପାୟଲ ପୁତ୍ର ଜନ୍ମ ଦେଇଥିବା ଦାବି କରିଛନ୍ତି ।
ଅରମାନ ମଲ୍ଲିକ ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବର, ଯିଏ ନିଜର ଦୁଇ ପତ୍ନୀ – ପାୟଲ ଏବଂ କୃତିକାଙ୍କ ସହ ଏକାଠି ରହୁଥିବାରୁ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚାରେ ଥାଆନ୍ତି । ସେ ନିଜର ପାରିବାରିକ ଜୀବନ, ଭିଡିଓ ବ୍ଲଗିଂ ଏବଂ ଦୁଇ ପତ୍ନୀଙ୍କ ସହ ରହୁଥିବା ଅନୁଭୂତିକୁ ୟୁଟ୍ୟୁବରେ ସେୟାର କରନ୍ତି, ଯେଉଁଥିପାଇଁ ସେ ଅନେକ ସମୟରେ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: ଛାଡପତ୍ରର ୬ ବର୍ଷ ପରେ ଦ୍ଵିତୀୟ ବିବାହ କଲେ ବାଦଶାହ, ଶାଶୁ ଖୋଲିଲେ ସବୁ ସତ…
- Trending




