Blog
ଓସ୍କାର ଆଓ୍ୱାର୍ଡ ୨୦୨୬: କିଏ ନେଇଗଲା ସବୁ ପୁରସ୍କାର ?
Highlights
ମାଇକେଲ ବି. ଜୋର୍ଡାନ ଏବଂ ଜେସି ବକଲିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ
ଓସ୍କାର ଆଓ୍ୱାର୍ଡ। ଯେଉଁ ଆଓ୍ୱାର୍ଡ ପାଇବା ପାଇଁ ସମସ୍ତଙ୍କ ଇଛା ଥାଏ। ୨୦୨୬ ମସିହାର ଓସ୍କାର ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଏହି ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ସାରା ବିଶ୍ୱର ଚଳଚ୍ଚିତ୍ର ତାରକାମାନେ ରେଡ୍ କାର୍ପେଟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ମଧ୍ୟ ପୁରସ୍କାର ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି । ଏହି ବର୍ଷ ‘ସିନର୍ସ’ ଏବଂ ‘ୱାନ୍ ବ୍ୟାଟେଲ୍ ଅଫ୍ ଅନଦର୍’ ସମେତ ଅନେକ ଚଳଚ୍ଚିତ୍ର ବାଜି ମାରିଛନ୍ତି। ଅନ୍ୟପକ୍ଷରେ, ‘ସିନର୍ସ’ ୧୬ଟି ନାମାଙ୍କନ ପାଇଥିଲେ, ଶେଷରେ ୪ ଓସ୍କାର ଆୱାର୍ଡ ମିଳିଛି ।
ସେପଟେ ଓସ୍କାର ରେଡ୍ କାର୍ପେଟରେ ଝଲକିଲା ଭାରତୀୟ କାରିଗରୀର ଚମତ୍କାରିତା। ଅଳଙ୍କାର କମ୍ପାନି ସ୍ବଦେଶ ପକ୍ଷରୁ ନିର୍ମିତ ଅଳଙ୍କାର ପିନ୍ଧି ଅସ୍କାର ଷ୍ଟେଜ ଚଢ଼ିଲେ ହଲିଉଡ ଅଭିନେତ୍ରୀ ବ୍ରାଣ୍ଡି କାର୍ଲାଇଲ୍ ଏବଂ କ୍ୟାଥେରିନ୍ ସେଫର୍ଡ । ଜାନୁଆରୀରେ ୯୮ତମ ଏକାଡେମୀ ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କରାଯାଇଥିଲା । ୨୦୨୫ ମସିହାର ଓସ୍କାରର ହୋଷ୍ଟ ଭାବରେ ଡେବ୍ୟୁ କରିଥିବା ହାସ୍ୟ ଅଭିନେତା କୋନାନ୍ ଓ’ବ୍ରାଏନ୍ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୨୦୨୬ ସମାରୋହର ଆୟୋଜନ କରିଥିଲେ ।
ବ୍ରାଣ୍ଡି କାର୍ଲାଇଲ୍ ଏକ ସୂର୍ଯ୍ୟମୁଖୀ ଫୁଲ ଆକାରର ପେଟାଲ୍ ପ୍ରିଜ୍ମ ବ୍ରୁଚ୍ ପିନ୍ଧିଥିଲେ। ସୁନା ତିଆରି ହୋଇଥିବା ଏହି ବ୍ରୁଚରେ ଖୁବ୍ ସୁକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ହୀରା ଖଚିତ କରାଯାଇଛି। ଯେପରି ଏଥିରେ ଆଲୋକ ପଡ଼ିଲେ ଏହାକୁ ଖୁବ୍ ଉଜ୍ଜ୍ବଳ ଦେଖାଯିବ। ‘ସିନର୍ସ’ ଏବଂ ‘ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍’ ବିଭିନ୍ନ ବର୍ଗରେ ବିଜୟ ହାସଲ କରିଛନ୍ତି । ‘ୱାନ୍ ବ୍ୟାଟେଲ୍ ଆଫ୍ଟର ଆଦର୍’ ୧୩ଟି ଓସ୍କାର ନାମାଙ୍କନ ପାଇଥିଲେ ଏବଂ ୬ଟି ପୁରସ୍କାର ନିଜ ନାଁରେ କରିଛନ୍ତି- ବିଶେଷକରି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ସହାୟକ ଅଭିନେତା, ଶ୍ରେଷ୍ଠ କାଷ୍ଟିଂ, ଶ୍ରେଷ୍ଠ ଅନୁକୂଳିତ ସ୍କ୍ରିନପ୍ଲେ ଏବଂ ଶ୍ରେଷ୍ଠ ସମ୍ପାଦନା ପାଇଁ ପୁରସ୍କାର ହାତେଇଛି ।
ଏଥିସହ ପଢ଼ନ୍ତୁ: ବିଶ୍ବବ୍ୟାପୀ ଧୂରନ୍ଧର-୨ର କ୍ରେଜ: ରିଲିଜ୍ ପୂର୍ବରୁ ୨୦ କୋଟି ବ୍ୟବସାୟ, ରାତି ୨ଟା୧୫ ପାଇଁ ଟିକେଟ ବୁକିଂ ଶେଷ
ଓସ୍କାର ୨୦୨୬ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା:-
ଶ୍ରେଷ୍ଠ ଅଭିନେତା – ମାଇକେଲ ବି. ଜୋର୍ଡାନ – ସିନର୍ସ
ଶ୍ରେଷ୍ଠ ଅଭିନେତ୍ରୀ – ଜେସି ବକଲି – ହୈମନେଟ୍
ଶ୍ରେଷ୍ଠ ଫିଲ୍ମ – ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର
ର୍ଶ୍ରେଷ୍ଠ ସହ ଅଭିନେତା – ସୋନ୍ ପେନ୍ – ୱାନ୍ ବ୍ୟାଟେଲ୍ ଆଫ୍ଟର ଅନଦର୍
ଶ୍ରେଷ୍ଠ ସହ ଅଭିନେତ୍ରୀ – ଏମି ମାଡିଗାନ୍ – ବିୟପନ୍ସ
ଶ୍ରେଷ୍ଠ ମୂଳ ଚିତ୍ରନାଟ୍ୟ – ରିଆନ୍ କୁଗଲର – ସିନର୍ସ
ଏହିଭଳି ଭାବରେ ଅନେକ କଳାକାର ଆଓ୍ୱାର୍ଡ ପାଇଥିଲେ। ଅସ୍କାର ରେଡ୍ କାର୍ପେଟରେ ଝଲକିଲା ଭାରତୀୟ କାରିଗରୀର ଚମତ୍କାରିତା, ଭାରତୀୟ ଶିଳ୍ପକାରଙ୍କ ଦ୍ବାରା ନିର୍ମିତ ଅଳଙ୍କାର ପିନ୍ଧି ଷ୍ଟେଜ ଚଢ଼ିଲେ ହଲିଉଡ ଅଭିନେତ୍ରୀ । ତେଲେଙ୍ଗାନାର କାରିଗରଙ୍କୁ ଏହାକୁ ପ୍ରସ୍ତୁତ କରିବାକୁ ୧୦୦ ଘଣ୍ଟାର ଅଧିକ ପରିଶ୍ରମ ଲାଗିଥିଲା। ସେହିଭଳି କ୍ୟାଥେରିନ୍ ସେଫର୍ଡ ହାତରେ ତିଆରି ଏକ ଉତ୍କୃଷ୍ଟ ହୀରା ହାର ପିନ୍ଧିଥିଲେ। ଏହି ହୀରା ହାର ଭିକ୍ଟୋରିଆନ୍-ଯୁଗର ସୂକ୍ଷ୍ମ ବିବରଣୀ ସହ ମିଶି ଏହାକୁ ଏକ ପ୍ରାଚୀନ ଆକର୍ଷଣ ପ୍ରଦାନ କରୁଛି।ସ୍ବଦେଶର ଭାବନାରୁ ପ୍ରେରିତ ଏହି ଅଳଙ୍କାର ଭାରତର ସମୃଦ୍ଧ ଶିଳ୍ପକଳାର ପରମ୍ପରାର ସମ୍ମାନ ଦେଉଛି। ଏହା ସେହି ଶିଳ୍ପକାରଙ୍କ ନିପୁଣତାର ପ୍ରମାଣ, ଯେଉଁମାନେ ଦାମୀ ସାମଗ୍ରୀକୁ କଳାରେ ପରିବର୍ତ୍ତିତ କରୁଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
- Trending




