Blog
ଭାରତର ପ୍ରଥମ ଇଚ୍ଛାମୃତ୍ୟୁ; ୧୩ ବର୍ଷ ହେଲା କୋମାରେ ଥିବା ହରୀଶ ରାଣାଙ୍କ ଦେହାନ୍ତ
Highlights
- ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ କୋମାରେ ଥିବା ହରୀଶ ରାଣା
- ୨୦୧୩ରେ ଦୁର୍ଘଟଣା ପରେ ୧୩ ବର୍ଷ ହେଲା କୋମାରେ ଥିଲେ
- ମାର୍ଚ୍ଚ ୧୧ରେ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ
- ମାର୍ଚ୍ଚ ୧୪ରେ ଏମ୍ସରେ ଭର୍ତ୍ତି ପରେ ଖାଦ୍ୟ-ପାନୀୟ ବନ୍ଦ ହୋଇଥିଲା
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ମଙ୍ଗଳବାର ହରୀଶ ରାଣାଙ୍କ ଦେହାନ୍ତ ହୋଇଛି । ହରୀଶ ବିଗତ ୧୩ ବର୍ଷ ହେଲା କୋମାରେ ଥିଲେ । ମାର୍ଚ୍ଚ ୧୧ରେ ଇଚ୍ଛାମୃତ୍ୟୁ ଆବେଦନକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ଯାହା ପରେ ହରୀଶଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ସ୍ଵତନ୍ତ୍ର ଡାକ୍ତରୀ ଦଳ ହରୀଶଙ୍କ ଉପରେ ନଜର ରଖିଥିଲେ । ମାର୍ଚ୍ଚ ୧୪ରେ ଏମ୍ସରେ ହରୀଶଙ୍କୁ ଭର୍ତ୍ତି ପରେ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ମାର୍ଚ୍ଚ ୧୫ରେ ତରଳ ଖାଦ୍ୟ ଦେବା ବନ୍ଦ କରାଯାଇଥିଲା । ମାର୍ଚ୍ଚ ୧୭ରେ ପାଣି ଦେବା ବନ୍ଦ ପରେ ବିନା ଖାଦ୍ୟ ଓ ପାନୀୟରେ ୮ ଦିନ ହେଲା ହରୀଶଙ୍କୁ ରଖା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ଦେଶର ପ୍ରଥମ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି; ୧୩ ବର୍ଷ ହେଲା ଶଯ୍ୟାଶାୟୀ ହରୀଶ
ସୁପ୍ରିମକୋର୍ଟ ମାର୍ଚ୍ଚ ୧୧ରେ ଇଚ୍ଛାମୃତ୍ୟୁକୁ ଅନୁମତି ଦେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗୋଟିଏ ସପ୍ତାହ ବିନା-ଖାଦ୍ୟ ପାନୀୟରେ ହରୀଶ ରାଣାଙ୍କୁ ରଖାଯିବା ପରେ ତାଙ୍କର ଦେହାନ୍ତ ହୋଇଛି । ଏହି ସମୟରେ ତାଙ୍କ ଶରୀରକୁ ଯେଭଳି କଷ୍ଟ ନ ହେବ ସେଥିପାଇଁ ଡାକ୍ତର ଔଷଧ ଦେଉଥିଲେ । ଏହା ଏକ ଜଟିଳ ଓ ସମ୍ବେଦନଶୀଳ ମାମଲା ଥିଲା ।
୨୦୧୦ ଜୁଲାଇରେ ଚଣ୍ଡିଗଡ଼ ବିଶ୍ଵବିଦ୍ୟାଳୟରେ ସିଭିଲ୍ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ ହରୀଶ ରାଣା । ପାଠପଢ଼ାର ଶେଷ ବର୍ଷ ୨୦୧୩ ଅଗଷ୍ଟ ମାସରେ ତାଙ୍କ ସହ ଦୁର୍ଘଟଣା ଘଟିଥିଲା । ରକ୍ଷାବନ୍ଧନ ଦିନ ଭଉଣୀ ସହ ଫୋନ୍ରେ କଥା ହେଉଥିବା ବେଳେ ଚତୁର୍ଥ ମହଲାରୁ ଖସି ପଡ଼ିଥିଲେ ହରୀଶ ।
ଗମ୍ଭୀର ଅବସ୍ଥାରେ ହରୀଶ ରାଣାରୁ ପିଜିଆଇ ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଥିଲା । ଏହାପରେ ୨୦୧୩ ଡିସେମ୍ବରରେ ହରୀଶଙ୍କୁ ଦିଲ୍ଲୀର ଏଲଏନଜେପି ହସ୍ପିଟାଲ୍ ଅଣାଯାଇଥିଲା । ଯେଉଁଠି ଡକ୍ଟର କହିଥିଲେ, ହରୀଶ କ୍ଵାଡ୍ରିପ୍ଲେଜିଆରେ ପୀଡ଼ିତ ।
ଏଥିସହ ପଢ଼ନ୍ତୁ: ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ ‘ସୁପ୍ରିମ୍’ ଝଟ୍କା; ଜାମିନ୍ ଆବେଦନ ଅଗ୍ରାହ୍ୟ
ଏଭଳି ସ୍ଥିତିରେ ହରୀଣଙ୍କ ହାତଗୋଡ଼ କାମ କରିବା ବନ୍ଦ ହୋଇ ଯାଇଥିଲା । ହରୀଶ କୋମାକୁ ଚାଲି ଯାଇଥିଲେ । ହରୀଶଙ୍କ ଅସହନୀୟ ଯନ୍ତ୍ରଣା ଓ ଶାରୀରିକ ଅକ୍ଷମତା ପାଇଁ ତାଙ୍କ ବାପାମାଆ ଦିଲ୍ଲୀ ହାଇକୋର୍ଟରେ ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ।
୨୦୨୫ ଜୁଲାଇ ୮ ତାରିଖରେ ଦିଲ୍ଲୀ ହାଇକୋର୍ଟ ଇଚ୍ଛାମୃତ୍ୟୁ ଆବେଦନକୁ ଖାରଜ କରି ଦେଇଥିଲେ । ଯାହାପରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ହରୀଶ ରାଣାଙ୍କ ପିତାମାତା । ପ୍ରାୟ ୮ ମାସ ପରେ ସୁପ୍ରିମକୋର୍ଟ ମାର୍ଚ୍ଚ ୧୧ ତାରିଖରେ ହରୀଶ ରାଣାଙ୍କ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଥିଲେ ।
- Trending




