Blog
କଳା ଟି’ ସାର୍ଟ ପିନ୍ଧି ବିରୋଧୀଙ୍କ ପ୍ରତିବାଦ, ବିଜୁ-ନବୀନ ଟ୍ରଷ୍ଟ ନେଇ ପ୍ଲାକାର୍ଡ ଦେଖାଇଲେ ଶାସକ ଦଳ
Highlights
ବିଧାନସଭାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ ବିଜେଡି ଓ କଂଗ୍ରେସ ବିଧାୟକ ପିନ୍ଧିଲେ କଳା ଟି ସାର୍ଟ ବିଭିନ୍ନ ପ୍ରସଙ୍ଗ ପ୍ଲାକାର୍ଡରେ ଲେଖି ବିଜେପି କରିଲା ପ୍ରଶ୍ନ
ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ପ୍ରଶ୍ନକାଳରେ ବିଜେଡି ଓ କଂଗ୍ରେସ ବିଧାୟକ କଳା ଟି ସାର୍ଟ ପିନ୍ଧି ହୋ ହଲ୍ଲା କରିଥିଲେ। ସେପଟେ ଶୁନ୍ୟକାଳରେ ପ୍ରଥମ ଥର ପାଇଁ ବିଜେପି ମଧ୍ୟ ସିଟରେ ବସି ପ୍ଲା କାର୍ଡ ଦେଖାଇ କଲା ପ୍ରତିବାଦ । ବିଭିନ୍ନ ପ୍ରସଙ୍ଗ ପ୍ଲାକାର୍ଡରେ ଲେଖି ବିଜେପି କରୁଛି ପ୍ରଶ୍ନ । ଦିଲ୍ଲୀରେ ଟ୍ରଷ୍ଟ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ କରିଥିଲା ବିଜେପି।
ଆଜି ବି ଗୃହ ଅଚଳ । ବିଧାନସଭା ବଜେଟ୍ ଅଧିବେଶନରେ ଆଜି ବି ଗୃହ ଅଚଳ । ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟି ସାର୍ଟ ପିନ୍ଧି ଗୃହକୁ ଆସିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ଶୁନ୍ୟକାଳ ଆରମ୍ଭ ହେବାମାତ୍ରେ ବିଜେଡ଼ି ଓ କଂଗ୍ରେସର ପ୍ରତିବାଦ ଭିତରେ ପ୍ରଥମ ଥର ପାଇଁ ବିଜେପି ମଧ୍ୟ ସିଟରେ ବସି ପ୍ଲା କାର୍ଡ ଦେଖାଇ କରିଥିଲା ପ୍ରତିବାଦ । ବିଭିନ୍ନ ପ୍ରସଙ୍ଗ ପ୍ଲାକାର୍ଡରେ ଲେଖି ବିଜେପି କରିଥିଲା ପ୍ରଶ୍ନ । ଦିଲ୍ଲୀରେ ଟ୍ରଷ୍ଟ କାହା ସ୍ବାର୍ଥରେ ବୋଲି ବିଜେପି କରିଥିଲା ପ୍ରଶ୍ନ । ଦଳୀୟ ସ୍ୱାର୍ଥ ପାଇଁ ବିଧାନସଭା ବନ୍ଦ କରୁଛନ୍ତି ବିରୋଧୀ । ନବୀନଙ୍କୁ ବହୁରୁପୀ ବୋଲି ପ୍ଲା କାର୍ଡରେ ଲେଖିଛି ବିଜେପି ।
ବିଧାନସଭା ବଜେଟ୍ ଅଧିବେଶନ । ଗତ ୧୭ ତାରିଖରୁ ଏସ୍ ସି ବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ ଏବଂ ନାରାବାଜି ଚାଲିଛି । ବାରମ୍ବାର ମୁଲତବୀ ହେଉଛି ବିଧାନସଭା । ୧୭ ତାରିଖ ପରେ ଗୋଟିଏ ବି ଦିନ ପୁରା କାର୍ଯ୍ୟ ଦିବସ ପୂରଣ ହୋଇପାରୁନି । ସୋମବାର ଦିନ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଲାଇବା ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ତାପରେ ବି ଗୃହ ଅଚଳ । ସେହିପରି ମଙ୍ଗଳବାର ଦିନ ମଧ୍ୟ କାର୍ଯ୍ୟସୂଚୀ ଅନୁସାରେ ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ସମାନ ଅବସ୍ଥା । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ହଟ୍ଟଗୋଳ କରିଥିଲେ । ଯାହାଫଳରେ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିଲେ ବାଚସ୍ପତି । ମୁଲତବୀ ସମୟ ପରେ ପୁଣି ଆରମ୍ଭ ହୋଇଥିଲା ବିଧାନସଭା । ହେଲେ ବିରୋଧୀ ସଦସ୍ୟମାନେ ଶୁନ୍ୟକାଳରେ ଜୋରଦାର ବିରୋଧ କରିଥିଲେ। ଏପିରିକି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ ବି କରିଥିଲେ ।
ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ଏମିତି କରୁଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ। ଆମ ମୁଖ୍ୟମନ୍ତ୍ରୀ ସବଳ ଅଛନ୍ତି। ଆମ ସାଶନ କାହା ଇଙ୍ଗିତରେ ଚାଲି ନାହିଁ। ଆଲୋଚନା କରିବାକୁ ଆମେ ବିରୋଧୀଙ୍କୁ ସୁଯୋଗ ଦେଉଛୁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ। ନୂଆପଡା ଉପନିର୍ବାଚନରେ ପରାଜୟ ଓ ରାଜ୍ୟସଭା ନିର୍ବାଚନରେ ପରାଜୟକୁ ନେଇ ସେ ଭୟବିତ।ନିଜ ଦଳ ଭିତରେ ଯେଉଁ ବିଶୃଙ୍ଖଳା ଅଛି ତାକୁ ଲୁଚେଇବା ପାଇଁ ନାଟକ କରୁଛନ୍ତି। ଏହା ଦୁଃଖର କଥା ବୋଲି ସରୋଜ ପ୍ରଧାନ କହିଛନ୍ତି।
ଏଥିସହ ପଢ଼ନ୍ତୁ: ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?
- Trending




