ଜାଣନ୍ତୁ କ’ଣ ଘଟିବ ଆଜି ଆପଣଙ୍କ ସହ

Highlights

ଆଜି କେମିତି କଟିବ ଆପଣଙ୍କ ଦିନ ?
ଜାଣନ୍ତୁ ଆଜିର ରାଶିଫଳ ଖବର
ବାହାରକୁ ବାହାରିବା ସମୟରେ ରୁହନ୍ତୁ ସତର୍କ
ମେଷ-
ଦୁର୍ଘଟଣାଦି ମନରେ ଭୟ ରହିପାରେ । ଦୂରେଇ ଚାଲି ଯାଇଥିବା ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସହଜରେ ନିଜ କଥାରେ ପ୍ରଭାବିତ କରିବେ । ଅଇନର ଆଶ୍ରୟ ନେଇପାରନ୍ତି । ବିଭିନ୍ନ ଦିଗରୁ ଆଶାତୀତ ଫଳ ପାଇବେ ।
ଶୁଭ ରଙ୍ଗ – ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ ଜପ କରନ୍ତୁବୃଷ-
ଶାରୀରିକ ଅସୁସ୍ଥତା ଜନିତ ପୀଡାରେ କଷ୍ଟ ପାଇପାରନ୍ତି । ନିଜ ଲୋକଙ୍କ ଉପରେ ଭରସା କରିବାରେ ମନରେ ଦ୍ୱନ୍ଦ ଆସିବ । ସଭାସମିତି କ୍ଷେତ୍ରରେ ପ୍ରଶଂସିତ ହେବେ । ପରିବହନ କ୍ଷେତ୍ରରେ ଆଶା ଠାରୁ ଅଧିକ ଫଳ ପାଇବ । ବିଦ୍ୟାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।
ଶୁଭ ରଙ୍ଗ – ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁମିଥୁନ-
ଆପଣ କରିଆସୁଥିବା ଉଦ୍ୟମରେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଂଶସାବାଣୀ ଶୁଣିବେ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ ।
ବ୍ୟାପାର ବୃତିରେ ଉନ୍ନତି କରିବେ । ସତର୍କ ହୋଇ ଟଙ୍କା ଖର୍ଚ୍ଚ ନକରିଲେ ଅସୁବିଧାରେ ପଡିପାରନ୍ତି । ସିନେତାରକା ମାନେ ଭଲ ନାମ କମାଇବେ ।
ଶୁଭ ରଙ୍ଗ – ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ-
ପାରିବାରିକ ସି୍ଥରତା ହଠାତ୍ ଆସି ନପାରେ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଏକାନ୍ତବୋଧ ହ୍ରାସ ପାଇବ । କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ସମ୍ମାନିତ ହେବେ । ଜମିଜମା ଓ ଯାନବାହନ କ୍ରୟ କରିବାର ସୁବିଧା ପାଇବେ । ମାଲିମକନ୍ଦମା କ୍ଷେତ୍ରରେ ଅଶାନୂରୁପ ସଫଳତା ମିଳିବ ।
ଶୁଭ ରଙ୍ଗ – ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଜଳ ସୋତରେ ଭାସୁଥିବା ମାଛଙ୍କୁ ଖାଦ୍ୟ ଦିଅନ୍ତୁ

ସିଂହ-
ଜୀବନ ସାଥୀଙ୍କ ସହ ଆଗକୁ ବଢିବାର ସୁଯୋଗ ପାଇବେ । ବ୍ୟବସାୟରେ ଧନ ଲାଭର ନୂଆ ଉତ୍ସ ତଲାସ କରିବେ । ଛାତ୍ରଛାତ୍ରି ମାନେ ସେମାନଙ୍କ ପରିଶ୍ରମ ଅନୁଯାୟୀ ଫଳ ମିଳିବ । ନିଜ ସିଦ୍ଧାନ୍ତରେ ଅଟଳ ରହିବା ଫଳରେ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ
ଶୁଭ ରଙ୍ଗ – ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା-
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସହ ସହକର୍ମୀ ସହନାଭୁତି ପ୍ରଦର୍ଶନ କରିବେ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ । ରାଜନିତିରେ ସାଧାରଣ କଥାକୁ କେନ୍ଦ୍ରକରି ମତ ପାର୍ଥକ୍ୟ ଦେଖା ଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦ୍ୱାରା କେତେକାଂଶରେ ଅଭିଳାଷ ମଧ୍ୟ ପୂରଣ ହୋଇଯିବ ।
ଶୁଭ ରଙ୍ଗ – ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ସର୍ବକାର‌୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ତୁଳା-
ଖେଳାଳି ଓ ଚିତ୍ରତାରକା ମାନେ ଉତମ ପ୍ରଦର୍ଶନ କରିବେ । ବାକି ପଡିଥିବା ପାଉଣା ଫେରି ପାଇବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ମହିଳା ମାନେ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରିପାରନ୍ତି ।
ଶୁଭ ରଙ୍ଗ – ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଡାଲି, ଚାଉଳ ଦାନ କରନ୍ତୁ

ବିଛା-
ପାରିବାରିକ ଜୀବନରେ ବୁଝାବଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ ।
ବିଦ୍ୟାର୍ଥୀ ମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ଭଲ ଫଳ ମିଳିବ । ମାଲିମକଦ୍ଦମାରେ ଓକିଲଙ୍କ ସାହାର୍ଯ୍ୟ ପାଇବେ ।
ଶୁଭ ରଙ୍ଗ – ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ

ଧନୁ-
ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ । ଖଣିଜ,ଧାତବ ଦ୍ରବ୍ୟ ,ଖାଦ୍ୟଦ୍ରବ୍ୟାଦି ବ୍ୟବସାୟରୁ ଲାଭ ମିଳିବ । ବିଦ୍ୟାର୍ଥୀ କୈାଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ଭରିବେ । ରାଜନିତିଜ୍ଞ ମାନେ ଦରିଦ୍ର ଜନତାଙ୍କ ସେବା କରିବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର-
ଶାରୀରିକ ଅସୁସ୍ଥତା ଅନୁଭବ କରିବେ । କିଛି ନୂଆ କାମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରଂଶସିତ ହେବେ । କିଣାବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନକଲେ ଠକାମିରେ ପଡିପାରନ୍ତି । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଜିଦ୍ ମନକୁ ବିଭାନ୍ତ କରିପାରନ୍ତି ।
ଶୁଭ ରଙ୍ଗ – ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
ପ୍ରତିଟି କାମ ମନ ଦେଇ କରିଲେ ସଫଳତା ପାଇବେ । ବନ୍ଧୁ ବା ସମ୍ପର୍କୀୟ ସହାୟତା ଯୋଗୁଁ ଆର୍ଥିକ ସ୍ୱଚ୍ଚଳତା ସହ ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବଢିବ । ପ୍ରେମରେ ଭୁଲ ବୁଝାବଣା ହୋଇପାରେ । ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ-
ପୁରୁଣା ଗାଡି ବିକିବାରେ ମନ ବଳାଇବେ । ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ । ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଢୋଶୀଙ୍କ ସହ ଅପ୍ରୀତିକର ପରିସି୍ଥତି ସୃଷ୍ଟି ହେବ । ରାଜନିତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବୃହସ୍ପତିଙ୍କର ବିଗ୍ରହକୁ ପୂଜାର୍ଚ୍ଚନା ସହିତ ମନ୍ତ୍ର ପାଠ କରନ୍ତୁ