Blog
ରାଜ୍ୟରେ ଆହୁରି ବଢିବ ତାତି; ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା
Highlights
୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ୩୭ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵରଠୁ ରାଜ୍ୟର ଅନେକ ସ୍ଥାନରେ ଖରା ଓ ଗରମ ଅନୁଭୂତି ହେଉଛି । ତେବେ ଆଗାମୀ ୩ ଦିନ ଆହୁରି ବଢିବ ତାତି । ବୁଧବାରଠାରୁ ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଅସହ୍ୟ ତାତି ଅନୁଭବ ହେବ । ଏହାସହ କିଛି ଜିଲ୍ଲାରେ ବିଜୁଳି ଘଡଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି ।
- ୨୭ରୁ ବର୍ଷା ସମ୍ଭାବନା
ତେବେ ଆସନ୍ତା ୨୭ ତାରିଖରୁ ବର୍ଷା ସମ୍ଭାବନା ଥିବା ବେଳେ ତାତିରୁ ମିଳିବ ଆଶ୍ଵସ୍ତି । ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ୩ ଦିନ ଯାଏଁ ଵର୍ଷାର କୌଣସି ସମ୍ଭାବନା ନାହିଁ । କିନ୍ତୁ କାଁଭାଁ ବିଜୁଳି ଘଡ଼ଘଡ଼ି ସହ ଵର୍ଷା ଓ ଝଟକା ପବନର ସମ୍ଭାବନା ରହିଛି । ଆସନ୍ତା ୨୭ରୁ ୨୮ ମଧ୍ୟରେ ଉତ୍ତର, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
୨୭ରେ ରାୟଗଡା, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଝାରସୁଗୁ଼ଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ପଢନ୍ତୁ ଏହି ଖବର: କାଳବୈଶାଖୀ ପରେ ବଢ଼ିବ ଖରା, ଏହି ଦିନଠାରୁ ହେବ ସକାଳୁଆ ସ୍କୁଲ…
ସେହିପରି ମାର୍ଚ୍ଚ ୨୮ ତାରିଖରେ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଏହି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ୪୦ରୁ ୫୦ କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୯ ଓ ୩୦ ତାରିଖରେ କିଛି ଅଞ୍ଚଳରେ ପାଗ ସାଧାରଣ ହେବା ସତ୍ତ୍ଵେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ବଜ୍ରପାତର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
- ଗତ ୨୪ ଘଣ୍ଟାରେ କେମିତି ଥିଲା ପାଗ ?
ସେପଟେ ଗତ ୨୪ ଘଣ୍ଟାରେ ୩ଟି ସ୍ଥାନରେ ୩୬ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଢେଙ୍କାନାଳର ମହିଷାପାଟରେ ସର୍ବାଧିକ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିବା ବେଳେ ଗଜପତି ଓ ପାରଳାଖେମୁଣ୍ଡିରେ ସର୍ବାଧିକ ୧୬. ମିମି ବର୍ଷା ରେକର୍ଡ ହୋଇଛି ।
ଅଧିକ ଖବର ପଢନ୍ତୁ…
- Trending




