କ’ଣ ମୋଦିଙ୍କ ବିମାନ ଉପରେ ହୋଇଗଲା ଆକ୍ରମଣ ?

ମଝି ଆକାଶରେ ଚାଲିଛି ଭୟଙ୍କର ରେସ୍ | ଦୁଇଟି ଫାଇଟର୍ ଜେଟ୍ ପରସ୍ପରକୁ ଗୋଡ଼ାଉଛନ୍ତି | ଗୋଟିଏ ବିମାନ ବେଗରେ ଆଗକୁ ଯାଉଥିବା ବେଳେ ଅନ୍ୟଟି ପଛରୁ ପିଛା କରୁଛି | ହଠାତ୍… ମଝି ଆକାଶରେ ହେଲା ଭୟଙ୍କର ଧକ୍କା | ଆଉ କିଛି ସେକେଣ୍ଡ ମଧ୍ୟରେ ସାରା ଆକାଶ ହୋଇଗଲା ଅଗ୍ନିଗୋଳା | ଏହି ଦୃଶ୍ୟ ଦେଖି ସାରା ଦୁନିଆରେ ଖେଳିଯାଇଥିଲା ଆତଙ୍କ| କାରଣ ସେହି ସମୟରେ ବିଦେଶ ଗସ୍ତରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଆଉ ତାଙ୍କ ବିମାନକୁ ମଧ୍ୟ ଫାଇଟର୍ ଜେଟ୍ ଏସ୍କର୍ଟ କରୁଥିଲା |

 

ଦର୍ଶକବନ୍ଧୁ, ପିଏମ୍ ମୋଦି ଓ ତାଙ୍କ ବିମାନ ପୂରା ସୁରକ୍ଷିତ ଅଛି.. ଆଉ ଫାଇଟର୍ ଜେଟ୍ ଆକ୍ସିଡେଣ୍ଟ ସହ ମୋଦିଙ୍କ ବିମାନର କିଛି ସମ୍ପର୍କ ନାହିଁ | କାରଣ ଏ ଦୁର୍ଘଟଣା ଦୃଶ୍ୟ ହେଉଛି ଆମେରିକାର | ୟୁଏସର ମାଉଣ୍ଟେନ ହୋମ୍ ଏୟାର ଫୋର୍ସ ବେସରେ ‘ଗନଫାଇଟର୍‌ ସ୍କାଏଜ୍ ଏୟାର ଶୋ’ ଚାଲିଥିଲା | ସେହି ସମୟରେ ଆମେରିକୀୟ ନୌସେନାର ଦୁଇଟି ଲଢୁଆ ବିମାନ ଆକାଶରେ ନିଜ ରଣକୌଶଳ ସହ ପରାକ୍ରମ ପ୍ରଦର୍ଶନ କରୁଥିଲେ |

 

ଦର୍ଶକଙ୍କୁ ରୋମାଞ୍ଚିତ କରିବାକୁ ଚାଲିଥିଲା ଜବରଦସ୍ତ ଏୟାର ଶୋ | ହେଲେ ହଠାତ୍…ସେହି ଏୟାର ଶୋ ମୃତ୍ୟୁ ଖେଳରେ ପରିଣତ ହୋଇଗଲା | ଆଗରେ ଉଡ଼ୁଥିବା ଫାଇଟର୍ ଜେଟ୍‌କୁ ପଛରୁ ଆସୁଥିବା ଆଉ ଏକ ଜେଟ୍ ଯାଇ ସିଧା ପିଟିଥିଲା | ଧକ୍କା ଏତେ ଜୋରରେ ହୋଇଥିଲା ଯେ ମଝି ଆକାଶରେ ବଡ଼ ଅଗ୍ନିଗୋଳା ସୃଷ୍ଟି ହୋଇଯାଇଥିଲା | କିଛି ସେକେଣ୍ଡ ମଧ୍ୟରେ ଦୁଇଟି ବିମାନ ନିୟନ୍ତ୍ରଣ ହାରାଇଥିଲା | ଆଉ ସିଧା ତଳକୁ ଖସିବା ଆରମ୍ଭ କରିଥିଲା |

ଦୁର୍ଘଟଣା ଦେଖି ଏୟାର ଶୋ ଦେଖୁଥିବା ଲୋକଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ | କାରଣ କିଛି ସେକେଣ୍ଡ ପାଇଁ ଲାଗିଥିଲା | ଦୁଇଟି ବିମାନ ଏକାସାଥିରେ ବିସ୍ଫୋରଣ ହୋଇଯିବ | ହେଲେ ଏହି ଭୟଙ୍କର ଦୁର୍ଘଟଣା ଭିତରେ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର | ଦୁଇଟି ଫାଇଟର୍ ଜେଟ୍‌ରେ ଥିବା ସମସ୍ତ ୪ ଜଣ ପାଇଲଟ୍ ସୁରକ୍ଷିତ ଅଛନ୍ତି | ଧକ୍କା ଲାଗିବା ସହିତ ସମସ୍ତେ ତୁରନ୍ତ ଏମରଜେନ୍ସି ଇଜେକ୍ସନ୍ ସିଷ୍ଟମ୍ ବ୍ୟବହାର କରିଥିଲେ | ଆଉ କିଛି ସେକେଣ୍ଡ ମଧ୍ୟରେ ପାରାସୁଟ୍ ସହ ଆକାଶରୁ ତଳକୁ ଖସୁଥିବା ଦେଖାଯାଇଥିଲେ ପାଇଲଟ୍‌ମାନେ |