Blog
ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିଲେ
ରାଜ୍ୟରେ ଯେପରି ବଢ଼ିଚାଲିଛି ହିଂସା। ଆଉ ଅପରାଧୀଙ୍କ ମନରୁ ଯେପରି ହଟିଯାଇଛି ଆଇନର ଭୟ। ଗତ ୧୨ ଘଣ୍ଟା ଭିତରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଘଟଣା ଏବେ ଉଠାଇଛି ବଡ଼ ପ୍ରଶ୍ନ। ସତରେ କ’ଣ ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ପରିସ୍ଥିତି ? ପ୍ରଥମ ଚିତ୍ର ଆସିଛି ବ୍ରହ୍ମପୁରରୁ। ରାସ୍ତା ଉପରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବରେ ମାଡ଼ ମାରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି। କେହି ତାଙ୍କୁ ବଞ୍ଚାଇବାକୁ ଆସୁନାହାନ୍ତି। ଓଲଟି ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି।

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି… ଯୁବକ ଜଣକ ତଳେ ପଡ଼ି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଲଗାତାର ମାଡ଼ ମରାଯାଉଛି। ଏହି ଦୃଶ୍ୟ ଦେଖି ଯେକୌଣସି ଲୋକଙ୍କ ଛାତି ଥରିଉଠିବ।ସେହିପରି କଟକ ଚୌଦ୍ବାରରେ ଚୋର ସନ୍ଦେହରେ ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ସେହିପରି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଶ୍ବଶର ଘର ଗାଁରେ ଜ୍ବାଇଁଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା। ବାଲିନ୍ତା ମବ୍ ଲିଞ୍ଚିଂ ଘଟଣା ପରେ ଯେପରି ଅପରାଧୀଙ୍କୁ ମୁହଁବଢ଼ା ଦେଇଛି । ଆଇନ ବ୍ୟବସ୍ଥା ଓ ପୁଲିସ ଉପରେ ଯେପରି ଲୋକଙ୍କର ଡ଼ରଭୟ ଉଠିଗଲାଣି। ଏଭଳି ସ୍ଥିତିରେ କେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ କେବେ ସୁଧୁରିବ ଆଇନଶୃଙ୍ଖଳା ପରିସ୍ଥିତି ।
- Trending



