ତାତିରେ କଲବଲ ଲୋକେ | ଥଣ୍ଡା ପାନୀୟ ଦୋକାନରେ ଭିଡ଼

ସକାଳ ହେଉ ହେଉ ଅସହ୍ୟ ହୋଇଯାଉଛି ଖରା।ସୂର୍ଯ୍ୟଙ୍କ ପ୍ରଖର ତାପରେ ସିଝୁଛି ସାରା ଓଡ଼ିଶା।ଦିନ ୧୦ଟା ପରେ ରାସ୍ତାକୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି। ଖରା ସହ ଗୁଳୁଗୁଳି ଲୋକଙ୍କୁ ଆହୁରି ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। କିଛି ସହରରେ ପାରଦ ୪୨ ଡିଗ୍ରୀ ଛୁଇଁଥିବା ବେଳେ, ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ସଙ୍ଗୀନ ରହିଛି।

ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଭଳି ଅଞ୍ଚଳରେ ଅସହ୍ୟ ଗରମ ଲୋକଙ୍କୁ କଲବଲ କରାଉଛି।ଏପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ।ଦିନର ତାପମାତ୍ରା ସହ ରାତିରେ ମଧ୍ୟ ଗରମ କମୁନଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।ଖରାରୁ ବଞ୍ଚିବା ପାଇଁ ଲୋକେ ଛତା, ଗାମୁଛା ଓ ପାଣି ବୋତଲର ସହାରା ନେଉଛନ୍ତି। ସେପଟେ ଶୀତଳ ପାନୀୟ ଦୋକାନରେ ମଧ୍ୟ ଭିଡ଼ ବଢ଼ିଛି।

 

ଡାକ୍ତରମାନେ ପରାମର୍ଶ ଦେଇଛନ୍ତି…ଅତ୍ୟାବଶ୍ୟକ ନ ଥିଲେ ଦିନ ୧୧ଟାରୁ ୩ଟା ଭିତରେ ଘରୁ ବାହାରକୁ ନ ଯିବା ପାଇଁ।ଏପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ଡାକ୍ତରମାନେ ପରାମର୍ଶ ଦେଇଛନ୍ତି…ଅତ୍ୟାବଶ୍ୟକ ନ ଥିଲେ ଦିନ ୧୧ଟାରୁ ୩ଟା ଭିତରେ ଘରୁ ବାହାରକୁ ନ ଯିବା ପାଇଁ।ତେବେ ଏହାରି ଭିତରେ ସଂଧ୍ୟା ହେଲେ ବଦଳିଯାଉଛି ପାଗ।କେଉଁଠି କାଳବୈଶାଖୀ ତାଣ୍ଡବ ରଚୁଛି ତ କେଉଁଠି ଝଡ଼ବର୍ଷା ଲୋକଙ୍କୁ ଆଶ୍ୱସ୍ତ କରୁଛି।